Odia News Portal

କନ୍ଧମାଳରେ ପୁଣି ଲଜ୍ଜା : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : କନ୍ଧମାଳରେ ପୁଣି ଲଜ୍ଜା। ଚକୋଲେଟ ଦେଇ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ଅନୁୟାୟୀ, ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ସ୍ଥାନୀୟ ଅଞ୍ଚଳର ବାବୁଲି ଖୁଦେଇ ନାମକ ଜଣେ ଯୁବକ ତାକୁ ଚକୋଟଲେଟ ଖାଇବାକୁ ଦେଇଥିଲା। ଏହାପରେ ନିକଟସ୍ଥ ନାଳକୁ ନେଇ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।