ଫୁଲବାଣୀ : ତିନି ତିନିଟି ପୁଅଙ୍କ ସେ ବାପା-ମାଆ। ବୃଦ୍ଧକାଳରେ ପୁଅ ବୋହୂ, ନାତି ନାତୁଣୀଙ୍କ ଗହଣରେ ସୁଖରେ ଦିନ କାଟିବାକୁ କେତେ କଣ ସ୍ୱପ୍ନ ଦେଖିଥିଲେ। କିନ୍ତୁ ବୃଦ୍ଧ କାଳରେ ପୁଅ ପାଖରେ ତ ରଖିଲେନି, ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଫୁଲବାଣୀ ସହରର ଆମଲାପଡ଼ା ସାହିର କୁନ୍ତଳା ନାୟକ।
ମାଡ଼ ମାରିଥିବା ଅଭିଯୋଗରେ ମଝିଆ ପୁଅ-ବୋହୂଙ୍କ ନାଁରେ ସେ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ତିନି ପୁଅ ପାଖରେ ରହିଲେ ନାହିଁ। ସେ ଓ ତାଙ୍କ ସ୍ୱାମୀ ଝିଅ ପାଖରେ ରହୁଛନ୍ତି। ପ୍ରତି ମାସରେ ତିନି ପୁଅ ୧୫ ଶହ ଟଙ୍କା ଲେଖାଏଁ ଦିଅନ୍ତି।
କିନ୍ତୁ ମଝିଆ ପୁଅ ରମେଶ ନାୟକ ଦୁଇ ମାସ ହେବ ଟଙ୍କା ଦେଇ ନଥିବାରୁ ମାଗିବାକୁ ଆସିଥିଲେ କୁନ୍ତଳା। ଟଙ୍କା ଦେବେ କଣ ପୁଅ-ବୋହୂ ଝଗଡ଼ା କରି ତାଙ୍କୁ ମାଡ଼ ମାରିଥିଲେ।
