ସୂଚନାନୁସାରେ, ଆଜି କନ୍ଧମାଳ ବାଲିଗୁଡା ସୁଡ୍ରା ମୁଖ୍ୟରାସ୍ତା କଡରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବିପ୍ଳବୀ କେକେବିଏନ ପକ୍ଷରୁ ଏହି ସବୁକୁ ଲଗାଯାଇଛି । ଏଥିରେ ଫିରିଙ୍ଗିଆ ଏବଂ ଗୋଚ୍ଛାପଡା ଥାନାଧିକାରୀଙ୍କୁ ହତ୍ୟା ଧମକ ଦିଆଯାଇଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୋଷ୍ଟରକୁ ଜବତ କରିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି ।
