କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ଗୋପାଳପୁର ବଜାରର ନିକଟରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି। ବସ୍ଟି ବାମ ପଟକୁ ସାଇଡ୍ ନେବାବେଳେ ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ବସ୍ର ଆଗ ଚକା ସମ୍ପୂର୍ଣ୍ଣ ଭାବରେ ରାସ୍ତା ତଳକୁ ଖସି ଯାଇଥିବା ବେଳେ ପଛ ଚକା ଡ୍ରାଇଭରଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ଖସି ନଥିଲା। ତେବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏଥିରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।