Odia News Portal

ବିଜେପିକୁ ବିଜେପିର ବିରୋଧ ! ବ୍ୟାନରରେ ଫଟୋ ନଥିବାକୁ ହଙ୍ଗାମା

କେନ୍ଦ୍ରାପଡା :   କେନ୍ଦ୍ରାପଡ଼ା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ହଙ୍ଗାମା । ଦଳୀୟ ବ୍ୟାନରରେ ଫଟୋ ନଥିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ମଞ୍ଚରୁ ଓହ୍ଲାଇବାକୁ ଆହ୍ବାନ ଦେବା ସହ ମଞ୍ଚରେ ବନ୍ଧା ଯାଇଥିବା ବ୍ୟାନର କାଢ଼ିବାକୁ ଅଡ଼ି ବସିଥିଲେ । ସଭାସ୍ଥଳରେ ବେଶ୍‌ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ଜିଲ୍ଲା ସାଧାରଣ ସମ୍ପାଦିକା । ହେଲେ ଏସବୁକୁ ମ୍ୟାନେଜ୍‌ କରି ଜିଲ୍ଲା ବିଜେପିରେ ସବୁ ନେତା ଏକାଠି ଅଛନ୍ତି ବୋଲି ବୁଝାଇବାକୁ ଚେଷ୍ଟା କରିଥିଲେ ଜିଲ୍ଲା ସଭାପତି ।