Odia News Portal

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର। ସଦର ଥାନା ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ଼ର ଏନ୍‌କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗଣେଶର ଡାହାଣ ଗୋଡ଼ରେ ବାଜିଛି ଗୁଳି। କେନ୍ଦ୍ରାପଡ଼ାର ହାଲପୁର ଛକରେ ଏହି ଏନ୍‌କାଉଣ୍ଟର ହୋଇଛି। ଗଣେଶ ହତ୍ୟା, ଲୁଟ୍‌ ଭଳି ଏକାଧିକ ମାମଲାରେ ସଂପୃକ୍ତ ରହିଛି। ସେ ୫ବର୍ଷ ହେଲା ଫେରାର ଥିଲା।

ରାତିରେ ନାମକାର ସ୍ଥିତ ନିଜ ଘରକୁ ଆସିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଏତିକିବେଳେ ଗଣେଶ ପୁଲିସ୍‌ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ୍‌ ଗଣେଶକୁ ଧରିବାକୁ ଗୁଳି ଚାଳନା କରିଥିଲା।

ଏଥିରେ ଗଣେଶ ଆହତ ହୋଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଆହତ ଗଣେଶକୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।