ମାର୍ଶାଘାଇ : ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଭସ୍ମୀଭୂତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମୂଷାଡିଆ ଗାଁର ଶରତ ନାୟକ ଓ ସୁଶାନ୍ତ ନାୟକ ଘରେ ନିଆଁ ଲାଗି ପାଞ୍ଚ ବଖରା ଘର ଭସ୍ମୀଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଚୁଲିର ନିଆଁ ଲାଗିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ତିନିଟି ଗାଈ ସମେତ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।