ସୂଚନା ଅନୁସାରେ, ଗତକାଲି ରାତିରେ ବଡନୟନପୁରୁରେ ଥିବା ଗ୍ୟାରେଜ ଉପରେ ତିନିଜଣ ଯୁବକ ଗୁଳିମାଡ କରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ସେହି ସମୟରେ ସେଠାରେ ଥିବା ପ୍ରଶାନ୍ତ ଗୁଳିମାଡରେ ଆହତ ହୋଇଥିଲେ । ତାଙ୍କ ବାମଗୋଡରେ ଗୁଳି ବାଜିଥିଲା । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗୁଳିକାଣ୍ଡ ହୋଇଛି । ଜିଲ୍ଲାର ପାଟକୁରା ଥାନା ଅଂଚଳରେ ଥିବା ତେଣ୍ଡାକୁଡା ବଡନୟନପୁରୁ ଛକରେ ଗତକାଲି ବିଳମ୍ବିତ ରାତ୍ରରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡ଼ରେ ଗୁଳି ବାଜିଛି। ଯୁବକଙ୍କ ନାମ ପ୍ରଶାନ୍ତ ବାରିକ ବୋଲି ଜଣାପଡିଛି ।