କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି । ବିଜୟର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ୫ ନମ୍ବର ‘କ’ ଜାତୀୟ ରାଜପଥର କଜଳ।ଗଡା ଠାରେ ପୋଲିସକୁ ଦେଖି ଖସି ଯିବାକୁ ବସିଥିବାବେଳେ ପୋଲିସ ଗୁଳିର ଶିକାର ହୋଇ ଥିଲା ବିଜୟ । ତେବେ ୨୦୦୯ ମସିହାରେ ବହୁ ଚର୍ଚ୍ଚିତ ଗାଙ୍ଗଷ୍ଟର ସୁଲେମାନକୁ ହତ୍ୟା କରି ଫେରାର୍ ଥିଲା ବିଜୟ । ସେବେଠୁ ନକଲି ପରିଚୟପତ୍ର ତିଆରି କରି ଆତ୍ମଗୋପନ କରିବାରେ ସଫଳ ହୋଇଥିଲା ସେ । ବିଜୟ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ଅପହରଣ, ଦାଦା ବଟି, ହତ୍ୟା ପ୍ରଭୃତି ୧୦୦ରୁ ଅଧିକ ମାମଲା ରହିଛି । ବିଜୟ ନିକଟରୁ ପୋଲିସ ଏକ ମାଉଜର, ଏକ ବାଇକ ଓ ନକଲି ଭୋଟର ପରିଚୟ ପତ୍ର ଜବତ କରିଛି । ବିଜୟକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।