Odia News Portal

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ଅଳ୍ପକେ ବର୍ତ୍ତିଲେ ଯୁବକ

ରାଜନଗର : ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହେଲେ ରାଜପୁର ଗାଁର ଭାଗବତ ରାଉତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀ ତୁଠରେ ଭାଗବତ ଗାଧୋଇବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା ।ବାଥିଂଘାଟରେ ତାର ଜାଲି ଛିଡି ଯାଇଥିବାରୁ ସେଥିରେ କୁମ୍ଭୀର ପଶି ଯାଇଥିଲା । ପରେ ନିଜେ ସାହସ ଜୁଟାଇ କୁମ୍ଭୀର ମୁହଁରୁ ଖସି ଆସିଥିଲେ ଯୁବକ ।