କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍ ହାର ୯୫.୭୩ ପ୍ରତିଶତ ରହିଥିବାବେଳେ ବାଣିଜ୍ଯରେ ୯୨.୩୩ ଓ ବିଜ୍ଞାନରେ ୯୫.୩୩ ପ୍ରତିଶତ ପାସ୍ ହାର ରହିଛି । କଳା ବା ଆର୍ଟସରେ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ଅଙ୍କିତା ନାୟକ । ସେହିଭଳି ବାଣିଜ୍ଯରେ ପୁଷ୍ପାଞ୍ଜଳି ବିଶ୍ଵାଳ ଓ ବିଜ୍ଞାନରେ ତନୁଜା ପ୍ରିୟଦର୍ଶିନୀ ଦାସ ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି । ତନୁଜା କଲେଜର ସର୍ବାଧିକ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି । ତନୁଜା ୮୯.୬୫% ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରୀମାନେ ପରୀକ୍ଷାରେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ କଲେଜରେ ବହୁତ ଭଲ ରେଜଲ୍ଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ କୃତକାର୍ଯ୍ଯ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।