ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଛି କୁମ୍ଭୀର । ଯୁବକଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ,
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଗାଁ ବ୍ରାହ୍ମଣୀ ନଦୀ ପ୍ରଧାନସାହି କୂଳରେ ସଞ୍ଜୟ ପ୍ରଧାନ ଗାଧୋଉଥିଲେ । ଗାଧୋଇବା ସମୟରେ ତାଙ୍କୁ ଏକ କୁମ୍ଭୀର ଟାଣିନେଇଛି । ଯୁବକ ସଞ୍ଜୟ ପ୍ରଧାନ ପ୍ରଧାନସାହିର ବୋଲି ଜଣାପଡିଛି । ଯୁବକଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି ।