କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଶେଷ ହୋଇଛି । ଗତବଷ ୧୦୧ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୦୩ଟି ବସା ଚିହ୍ନଟ କରିଛି ରାଜନଗର ବନଖଣ୍ଡ ବିଭାଗ ।
ସେଥିରୁ କନିକା ରେଞ୍ଜରେ ୯୧ଟି ରହିଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ମହାକାଳପଡ଼ା ରେଞ୍ଜରେ ୨ଟି ଏବଂ ଗହୀରମଥା ରେଞ୍ଜରେ ଗୋଟିଏ ବସା ଠାବ ହୋଇଛି । ୧୬ ଶହରୁ ଅଧିକ ଛୋଟବଡ଼ ବଉଳା କୁମ୍ଭୀର ବାସ କରୁଥିବା ବେଳେ ଗତ ମେ ୧ ତାରିଖରୁ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ।