ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଗତ ୬ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ ପରେ ୨ଜଣ ଯୁବକ ଘର ପାଖରେ ଛାତ୍ରୀଙ୍କୁ ଫୋପାଡି ଦେଇ ଚାଲିଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ମୁର୍ମୁଷୁ ଅବସ୍ଥାରେ ଛାତ୍ରୀଙ୍କୁ ପାଇଥିଲେ । ଏହି ଘଟଣାକୁ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନହେବାରୁ ଯୁବକଙ୍କ ଘରଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।
