କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ରାଜ୍ୟର ସର୍ବ ପୁରାତନ ପୌରସଂସ୍ଥାର ମାନ୍ୟତା ବହନ କରିଥିଲେ ମଧ୍ୟ ଜିଲ୍ଲା ସଦର ମହକୁମା ଦୃଷ୍ଟରୁ ଏହାର ଭିର୍ତ୍ତିଭୂମି ବିକାଶ ସନ୍ତୋଷ ଜନକ ହୋଇପାରିନଥିଲା । ଜିଲ୍ଲା ପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ବିଶେଷ ପ୍ରୟାସକୁ ନେଇ ପୌରାଞ୍ଚଳର ବହୁବିଧ ବିକାଶ କାର୍ଯ୍ୟକୁ କେନ୍ଦ୍ରାପଡା ପୌରସଂସ୍ଥା ତ୍ୱରାନ୍ୱିତ କରିଛି । ମଙ୍ଗଳବାର ଅପରାହ୍ନଁରେ ଟାଉନସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ତୁଳସୀ ପାର୍କ ଉଦ୍ଦଘାଟନ୍ କରାଯାଇଛି ।
ଉଦ୍ଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରମୁଖ ଉପସ୍ଥିତଥିଲେ । ତୁଳସୀ ପାର୍କ ନିର୍ମାଣ ପାଇଁ ପୂର୍ବତନ ପର୍ଯ୍ୟଟ୍ଟନ୍ ମନ୍ତ୍ରୀ ୨୬-୦୬-୨୦୧୮ ମସିହାରେ ଶୁଭ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ମାତ୍ର ବିଗତ ୩ମାସ ତଳେ ବିଧାୟକ ଶଶିଭୂଷଣ ବେହେରା ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ରଖିବା ସହ କାର୍ଯ୍ୟ ଶେଷକରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୌର ନିର୍ବାହୀଙ୍କ ତତ୍ତ୍ବାବଧାନରେ ଯୁଦ୍ଧକାଳିନ ଭିର୍ତ୍ତିରେ ଏହି ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ସାଂସଦ ମାହାନ୍ତିଙ୍କ ଜନ୍ମ ଦିନ ପାଳନ ଅବସରରେ ତୁଳସୀ ପାର୍କର ଉଦ୍ଦଘାଟନ ସହିତ କେକ୍ କାଟି କେନ୍ଦ୍ରାପଡା ଜିଲ୍ଲାବାସୀ ମାନଙ୍କ ସହ ଜନ୍ମ ପାଳନ କରିଥିଲେ ।
ଏହି ଉଦ୍ଦଘାଟନୀ ଉତ୍ସବରେ ପ୍ରାୟ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ସମ୍ପର୍ଣ୍ନ କରାଯାଇଥିବା ବେଳେ ଆତଶବାଜୀ କାର୍ଯ୍ୟକ୍ରମ ସହିତ ପିଲାମାନଙ୍କୁ ମଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଚ୍ୟାୟାରମାନ୍ ଅନାମ ବନ୍ଧୁ ଧଳ, ଦେବଦାଶ ମହାନ୍ତି, ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା, ବ୍ଲକ୍ ସଭାପତି ଆଲୋକ କୁମାର ସାହୁ, ରାଜେଶ ପଣ୍ଡା, ହିରଣ୍ୟ କୁମାର ପଣ୍ଡା, ଗୋଲଖ ପଢିହାରୀ, ରଞିତ୍ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା ସାମ୍ବାଦିକ ଦୂର୍ଗା ପ୍ରସାଦ ପତି, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ଉମାକାନ୍ତ ସାମନ୍ତରାୟ, ପ୍ରତାପ କୁମାର ଦାସଙ୍କ ସମେତ ପୌରସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।
