କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ ଏକାଡେମୀର ୪ର୍ଥ ବାର୍ଷିକ ମହୋତ୍ସହବ ଓ ୧୫ବର୍ଷ ପୂର୍ତ୍ତି ମହାଅ ।ଡମ୍ବରରେ ପାଳନ ହୋଇଯାଇଛି । ଏହି ଉତ୍ସହବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ରାଜେଶ ଦାସ, କେନ୍ଦ୍ରାପଡ଼ା ଟ୍ରାଫିକ ଇନ୍ସପେକ୍ଟର ଦେବାଶିଷ ନାୟକ, କେନ୍ଦ୍ରାପଡ଼ା ସଞ୍ଜିବନୀ ବିଦ୍ୟା ମନ୍ଦିରର ସମ୍ପାଦକ ନିର୍ମଳ କୁମାର ସ୍ୱାଇଁ, କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ ଏକାଡେମୀର ସଭାପତି ବିଦୁ ଭୂଷଣ ମହାପାତ୍ର, ଓ ଉପଦେଷ୍ଟା ପ୍ରଦ୍ୟୁମ୍ନ ରାଉତ, ଉପ-ସଭାପତି ସାମ୍ବାଦିକ ପ୍ରଫୁଲ୍ଲ ସାହୁ, ସମ୍ପାଦକ ଉମେଶ ପାଢ଼ୀ, କୋଷାଧକ୍ଷ, ପ୍ରଜ୍ଞା ପାଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
