Odia News Portal

ଖେଲୋ ଇଣ୍ଡିଆ ଟିମ ଓ ଆୟୋଜକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

କଟକ() ମୁଖ୍ୟମ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କୀ୍ରଡାର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ସମ୍ମାନ ଜନକ କ୍ରୀଡାରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ ଓ ଏହାର ଆୟୋଜକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଇଟରରେ କହିଛନ୍ତି ଯେ ବିଶ୍ୱ ବିଦ୍ୟାଳୟ ଛାତ୍ର ଜୀବନରେ କ୍ରୀଡାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି ଏବଂ ଖେଲୋ ଇଣ୍ଡିଆ ଛାତ୍ର ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ବଡ ସୁଯୋଗ ଦେବ ।