Odia News Portal

ଘରେ ଏକୁଟିଆ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ବାପାମା’ ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ସେପଟେ ଅଭିଯୁକ୍ତକୁ ଅଟକ ରଖାଯାଇଛି। ସେ ଜଣେ ନାବାଳକ ବୋଲି ଜଣାପଡିଛି।