ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିବିଆଇ ଆଗରେ ହାଜର ହେବା ଲାଗି କୋଲକାତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋଲକାତା କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ରାଜୀବ କୁମାରଙ୍କୁ ଏବେ ଗିରଫ କରାଯାଇପାରିବନାହିଁ ବୋଲି କୋର୍ଟ କହିଛନ୍ତି । ଆମେ ଚାହୁଁଛୁ ପୋଲିସ କମିଶନର ସହଯୋଗ କରନ୍ତୁ । ରାଜୀବ କୁମାରଙ୍କୁ ଜେରାରେ ଅସୁବିଧା କେଉଁଠି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ରାଜୀବ କୁମାର ସିବିଆଇ ତଦନ୍ତରେ ସହଯୋଗ କରନ୍ତୁ ବୋଲି କୋର୍ଟ କହିଛନ୍ତି । ସିବିଆଇରୁ ପକ୍ଷ ରଖିଲେ ଆଟର୍ଣ୍ଣି ଜେନେରାଲ । ଚିଟଫଣ୍ଡ ଦୁର୍ନୀତିରେ ଏସଆଇଟି ଠିକ୍ ତଦନ୍ତ କରିନି ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ ।
