Odia News Portal

ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ : ଯବାନ ଗିରଫ

ଫୁଲବାଣୀ : ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଯବାନ ଗିରଫ । ଯବାନ ଜଣକ ହେଲେ ମୂରଲୀଧର ସ୍ବାଇଁ । ଆସାମର ଏକ ତୈଳ କମ୍ପାନୀରେ ସୁରକ୍ଷା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଏହି ଯବାନଙ୍କ ଘର ଭଞ୍ଜନଗର ଅଂଚଳରେ । ଫୁଲବାଣୀ ପିଅନପଡ଼ାର ଜଣେ ଯୁବତୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ ପରେ ଟାଉନଥାନା ପୋଲିସ ସଂପୃକ୍ତ ଯବାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମୂରଲୀଧର ପୂର୍ବରୁ ବିବାହିତ ଓ ତାଙ୍କର ୫ବର୍ଷର କନ୍ୟା ସନ୍ତାନ ଥିବା କଥା ଜାଣିବାକୁ ପାଇଛି ପୋଲିସ ।