କୋହଲି, କିଶାନଙ୍କ ପ୍ରହାରରେ ଇଂଲଣ୍ଡ ଘାଇଲା
ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବିରାଟ ବାହିନୀ ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରି ଦୃଢ ପ୍ରତ୍ୟାବର୍ତ୍ତନ କରିଛି । ନବାଗତ ଇଷାନ୍ କିଶନ ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସ୍ଥିତିକୁ ୧-୧କୁ ଆସିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬ ୱିକେଟ ହରାଇ ୧୬୪ ରନ୍ କରିଥିବାବେଳେ ଭାରତ ୩ ୱିକେଟ ହରାଇ ୧୩ ବଲ ବାକି ଥାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ।
୧୬୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରଥମ ଓଭରରୁ ହିଁ ଝଟ କା ଖାଇଥିଲା । ଓପନର ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ସାମ୍ କୁରାନ୍ ବଳରେ ଆଉଟ ହୋଇଥିଲେ । ପରେ ନବାଗତ ଇଷାନ କିଶନଙ୍କ ସହ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବୋଲରଙ୍କ ଉପରେ ପ୍ରହାର କରିଚାଲିଥିଲେ । ଉଭୟ ୨ୟ ୱିକେଟ ପାଇଁ ୯୪ ରନ୍ ଯୋଗ କରିଥିଲେ । ଏହି ସମୟ ମଧ୍ୟରେ କିଶାନ୍ ପ୍ରଥମ ମ୍ୟାଚରେଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୨ ବଲରୁ ୪ ଛକା, ୫ ଚୌକା ବଳରେ ୫୬ ରନ୍ କରି ରସିଦ୍ଙ୍କ ବଲରେ ଆଉଟ୍ ହୋଇଥିଲେ । ଏହି ରନ୍ ଭୋଜିରେ ସାମିଲ ହୋଇଥିଲେ ଋଷଭ ପନ୍ତ । ସେ ୧୩ ବଲରୁ ୨ ଚୌକା, ୨ ଛକା ବଳରେ ୨୬ ରନ୍ କରି ଆଉଟ ହେବା ପୂର୍ବରୁ ଦଳକୁ ବିଜୟରାସ୍ତାକୁ ନେଇଥିଲେ । ଅନ୍ୟପଟେ କୋହଲି ନିଜର ଖରାପ ପ୍ରଦର୍ଶନକୁ ଭୁଲି ପୁରୁଣା ଅନ୍ଦାଜକୁ ଫେରିଥିଲେ । ସେ ଅର୍ଦ୍ଧଶତକ ହାସଲ କରିବା ସହ ଇଂଲଣ୍ଡ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ସେ ୪୯ ବଲରୁ ୫ ଚୌକା, ୩ ଛକା ବଳରେ ଶେଷ ପର୍ଯ୍ୟନ୍ତ ୭୩ ରନ୍ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ କୁରାନ, ଜୋର୍ଡାନ ଓ ରଶିଦ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ପ୍ରଥମେ ବ୍ୟାଟିଂ କରିବାକୁ ଅ ।ମନ୍ତ୍ରଣ ପାଇଥିବା ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ୧୬୪ ରନ କରିବାକୁ ସକ୍ଷମ ହୋଇଛି ।
ଇଂଲଣ୍ଡ ପକ୍ଷରୁ ଓପନିଂ ଯୋଡି ଜେସନ୍ ରୟ ଏବଂ ଜୋସ୍ ବଟଲର ବ୍ୟାଟିଂ ପାଇଁ ଅ ।ସିଥିବା ବେଳେ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ବଲରେ ଖଭଙ୍ଗ ହୋଇଥିଲେ ଜୋସ୍ ବଟଲର । ଦଳ ପକ୍ଷରୁ ଜେସନ୍ ରୟ ୩୫ ବଲ ଖେଳି ୪ଟି ଚୌକା ଏବଂ ୨ଟି ଛକା ସହାୟତାରେ ସର୍ବାଧିକ ୪୬ ରନ କରିଛନ୍ତି । ସେହିପରି ମଲାନ୍ ୨୪ ରନ, ଜୋନି ବୟାରିଷ୍ଟୋ ୨୦ ରନ୍, ଇୟନ ମୋର୍ଗାନ ୨୮ ରନ ଏବଂ ବେନ୍ ଷ୍ଟୋକସ୍ ୨୪ ରନ କରି ଅ ।ଉଟ ହୋଇଛନ୍ତି । ସାମ୍ କରନ୍ ୬ ଏବଂ କ୍ରିସ୍ ଜୋର୍ଡନ ୦ ରନ କରି ନଟଅ ।ଉଟ ଅଛନ୍ତି ।
ଭାରତୀୟ ବୋଲର ମାନେ ପ୍ରଥମରୁ କିଛି ରନ ବ୍ୟୟ କରିଥିଲେ ସୁଦ୍ଧା ପରେ ରନ ଗତିକୁ କମାଇବାରେ ସକ୍ଷମ ହୋଇଥିଲେ । ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ ଅ ।ରମ୍ଭ କରିଥିବା ଇଂଲଣ୍ଡ ପରବର୍ତ୍ତୀ ସମୟରେ ରନ ଗତି ବଢାଇବାରେ ସକ୍ଷମ ହୋଇନାହିଁ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଚମକ୍ରାର ବୋଲିଂ କରି ୪ ଓଭରରେ ମାତ୍ର ୨୮ ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିବା ବେଳେ ୱାଶିଂଟନ ସୁନ୍ଦର ୪ ଓଭରରେ ୨୯ ରନ ଦେଇ ୨ଟି, ହାର୍ଦ୍ଧିକ ପାଣ୍ଡ୍ୟା ୪ ଓଭରରେ ୩୩ରନ,ୟୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରି ୩୪ ରନ ଦେଇ ଗୋଟିଏ ଏବଂ ସାର୍ଦ୍ଦୁଳ ଠାକୁର ୪ ଓଭର ବୋଲିଂ କରି ୨୯ରନ ଦେଇ ୨ଟି ୱିକେଟ୍ ହାସଲ କରିଛନ୍ତି ।