Odia News Portal

ବଡଦିନରେ ଉସ୍ôବମୁଖର ରାଜଧାନୀ

ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି।
ସୁନ୍ଦର ଆଲୋକମାଳାରେ ଝଲସୁଛି ଗୀର୍ଜାଘରଗୁଡିକ। ଆଜିର ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ।
କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଟକୁଛି ପ୍ରାର୍ଥନା ଗୃହ। ଖ୍ରୀଷ୍ଟମାସ୍ ଟ୍ରି ସଜାଇ କ୍ୟାରୋଲ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳିରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।
ଘରେ ଘରେ କେକ୍ ଓ ପିଠାପଣା ପ୍ରସ୍ତୁତିର ମଧ୍ୟ ପରମ୍ପରା ରହିଛି। ଖ୍ରୀଷ୍ଟମାସ୍ ଅବସରରେ ଚର୍ଚ୍ଚଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।