Odia News Portal

ଦେବଘର କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି()  ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। କିନ୍ତୁ ଜେଲରୁ ବାହାରି ପାରିବେ ନାହିଁ ଲାଲୁ ।ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ତାଙ୍କର ଯାଚିକା ଉପରେ ଶୁଣାଣି କରିଛନ୍ତି। ସିବିଆଇର ଜବାବ ଉପରେ ଲାଲୁ ପ୍ରସାଦଙ୍କ ପକ୍ଷରୁ ପକ୍ଷ ରଖାଯାଇଥିଲା। ଏହା ପରେ କୋର୍ଟ ରାୟ ଶୁଣାଇଥିଲେ। ଏହା ସହିତ କୋର୍ଟ ତାଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି। ଦେବଘର ମାମଲାରେ ଅଧା ସଜା କାଟିଥିବା କାରଣରୁ ତାଙ୍କୁ ଏହି ଜାମିନ ମିଳିଛି।

ଜେଲରୁ ବାହାରିବା ପାଇଁ ତାଙ୍କୁ ଅନ୍ୟ ଦୁଇଟି ଚାଇବାସା ଓ ଦୁମକା ମାମଲାରେ ଜାମିନ ମିଳିବା ଦରକାର। କିନ୍ତୁ ତାଙ୍କୁ ଏହି ଜାମିନ ମିଳିବା ପରେ କିଛିଟା ଆଶ୍ଵସ୍ତି ମିଳିଛି। ଏଥିରେ ଆଗକୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇବା ପାଇଁ ପଥ ସହଜ ହୋଇ ଯାଇଛି।