Odia News Portal

କି ବୋର୍ଡ ବାଦନରେ ଶ୍ରେୟାସ ସମ୍ପୂର୍ଣ୍ଣଙ୍କୁ ଏକ୍ସିଲେନସି ସମ୍ମାନ

ଭୁବନେଶ୍ୱର() ଆଚିଭର ଫାଉଣ୍ଡେ ସନ୍ ପକ୍ଷରୁ ଲୋହିଆ ଏକାଡେମୀରେ ଶିଶୁ ମହୋସ୍ତବ ‘ଚାଇଲ୍ଡ ବଜ୍-୨୦୧୯’ ଅନୁଷ୍ଟିତ ହୋଇଯାଇଛି । ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ସାହିତିକ ଡ. ଦାଶ ବେନହୁର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଡ.ରଘୁନାଥ ମହାପାତ୍ରଙ୍କୁ ‘ଜୀବନବ୍ୟାପୀ ସାଧନାସମ୍ମାନ ’ରେ ସମ୍ମାନିତ କରାଯାଇଥିଲା।ଅରୁନ୍ଧତୀ ସୁନ୍ଦରାୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରଥିିଲେ । ଶ୍ରେୟାସ ସମ୍ପୂର୍ଣ୍ଣ, ସାଇ ଦେବାଶଷି ମହାପାତ୍ର, ଅଭଷେିକ ସାହୁଙ୍କୁ ‘ଚାଇଲ୍ଡ ଆଚଭି ର ଏକ୍ସିଲେନସି ସମ୍ମାନ ’ ପ୍ରଦାନ କରାଯାଇଥିଲା। ଶ୍ରେୟାସ ସମ୍ପୂର୍ଣ୍ଣ (ଶ୍ଳୋକ) ଙ୍କୁ କି ବୋର୍ଡ ବାଦନ ଦର୍ଶକଙ୍କୁ ବିମୋହିତ କରିଥିଲା । ସେ ସଚ୍ଚିକାନ୍ତ ମିଶ୍ର ଓ ସଂଗୀତ ମିଶ୍ର ଙ୍କ ଷ୍ଟାଣ୍ଡାର୍ଡ ୩ ରେ ପଢୁଥିବା ୮ ବର୍ଷୀୟ ପୁତ୍ର ।