Odia News Portal

ଏକାଠି ହେଲେ ବିଜେପି-ଶିବାସେନା

ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେପିକୁ ମିଳିଲା ପୁରୁଣା ସାଥୀ । ସାଧାରଣ ନିର୍ବାଚନ ବୈତରଣୀ ପାର ହେବାପାଇଁ ବିଜେପିର ସାଥ୍ ଦେବ ଶିବସେନା । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ବିଜେପି ଓ ଶିବଶେନା ଶୀର୍ଷ ନେତା । ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ଉପସ୍ଥିତିରେ ବିଜେପି ଓ ଶିବସେନାର ଆସନ ବୁଝାମଣା ହୋଇଛି ।
ବିରୋଧୀଙ୍କୁ ରୋକିବା ପାଇଁ ବିଜେପି-ଶିବସେନାଙ୍କ ମଧ୍ୟରେ ହୋଇଥିବା ଆସନ ବୁଝାମଣାରେ ମହାରାଷ୍ଟ୍ରରେ ବିଜେପି ୨୫ ଲୋକସଭା ଆସନରେ ଲଢ଼ିବା ସହ ଶିବସେନାକୁ ୨୩ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ସାଥ୍ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ପକ୍ଷରୁ ନିଷ୍ପତି ହୋଇଛି । ପୂର୍ବରୁ ଆସନ ବୁଝାମଣାକୁ ନେଇ ଦୁଇ ଦଳ ମଧ୍ୟରେ ଯେଉଁ ମତଭେଦ ଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଆଉ ଏକାଠି ହୋଇଛନ୍ତି ବିଜେପି-ଶିବାସେନା ।