Odia News Portal

ଓଡିଶାରେ ମାଧୁରୀ

ଭୁବନେଶ୍ବର () ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ବଲିଉଡ ତାରକା ମାଧୁରୀ ଦିକ୍ଷିତ ଭୁବନେଶ୍ବରରେ ପହଁଚିଛନ୍ତି । ସେ ଆସନ୍ତାକାଲି ଉଦଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବେ । ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ସନ୍ଧ୍ୟାରେ ସେ କଳିଙ୍ଗ ଷ୍ଟାଡିୟମ ଷ୍ଟେଜ ପରିଦର୍ଶନରେ ଯିବେ ।ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଛନ୍ତି ମାଧୁରୀ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉକ୍ରଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟ ଚରିିତ୍ର “ମଦର ଆର୍ଥ”ରେ ରହିବେ ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତ ।
ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ । ଦେଶୀ ଓ ବିଦେଶୀ ଫର୍ମରେ ନୃତ୍ୟୁ ପରିବେଷଣ କରିବେ ।