ଭୁବନେଶ୍ୱର : ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମହୁମାଛି ଆକ୍ରମଣ । ଆଜି ମହୁମାଛି ଆକ୍ରମଣ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ମହୁମାଛି ଆକ୍ରମଣରେ 15 ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ପର୍ଯ୍ୟଟକମାନେ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲ୍ କୁ ନିଆଯାଇ ପ୍ରାଥମିକ ଚିକିତ୍ସ। ପରେ ଛାଡିଦିଆଯାଇଛି । ବଣ ମଣିଷ ଥିବା ଏକ ଗଛରେ ମହୁମାଛି ବସାଥିଲା । ସେଠାରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ।