ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧମାନେ ଦେଇଥିଲେ । ୫ ଦିନ ଧରି ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ଥିଲେ ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର ବିଶେଷଜ୍ଞ। ସହର ମଧ୍ୟ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ସାରିଛି। ସରକାର ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ କେବଳ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଆୟୋଜନ କରିନାହାନ୍ତି, ବରଂ ଓଡ଼ିଶାର ଶକ୍ତି ଓ ସାମର୍ଥ୍ୟକୁ ବିଦେଶୀ ନିବେଶକମାନଙ୍କୁ ଜଣାଇବା ପାଇଁ ଏହାର ଆୟୋଜନ କରିଛନ୍ତି। ଫଳରେ ଏହା ଶିଳ୍ପପତିଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା ରହିଛି ।
ଏହି ମେଗା ଇଭେଂଟ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କିପରି ବାତାବରଣ ରହିଛି, ତାକୁ ସୋ’ କେସ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ । ଶିଳ୍ପପତି, ନିବେଶକମାନଙ୍କର ଏହା ହେବ ମହାସମାଗମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଗୌତମ ଆଦାନି, କୁମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦାଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପ ଟାଇକୁନ୍ ମଧ୍ୟ ସାମିଲ ହେବେ ଏହି ଶିଳ୍ପ ମହାକୁମ୍ଭରେ । ପ୍ରାୟ ଅଢେଇ ଲକ୍ଷ କୋଟିର ପୁଂଜିନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
୫ ଦିନ ଧରି ଚାଲିବ ଏହି ଶିଳ୍ପ ମହାକୁମ୍ଭ । ନିବେଶକ ସମିଳନୀ ହେବା ସହ ଏଥିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ଓ ପର୍ୟ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଦର୍ଶନୀ କରାଯିବ । ମହାକୁମ୍ଭ ସମୟରେ ପୁଲିସ ଯେଭଳି ସୁରକ୍ଷାକୁ ଗୁରୁତ୍ବ ଦେଇଛି ସେଭଳି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ହୋଇ ଉଠିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ୨୪ ଘଣ୍ଟିଆ ପ୍ରସ୍ତୁତ ରହିଛି। ଏଥିପାଇଁ ୬ଜଣ ଅଗ୍ନିଶମ ଅଧିକାରୀ ଓ ୬୦ଜଣ ଆଗ୍ନିକ ଦାୟୀତ୍ବରେ ରହିଛନ୍ତି।
ଜନତା ମଇଦାନରେ ଶିଳ୍ପପତି, ବିଶେଷଜ୍ଞ, ସାଧାରଣ ଲୋକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରବେଶ ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ୍ କରାଯାଇଛି। ସେଗୁଡ଼ିକ ହେଲା କଳିଙ୍ଗ, ଏକାମ୍ର ଓ ବାରବାଟି ଗେଟ୍। କଳିଙ୍ଗ ଗେଟ୍ ଦେଇ ସାଧାରଣ ଲୋକ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରିବେ। ସ୍ୟାଣ୍ଡିସ ଟାୱାର ପଟେ ଏହି ଗେଟଟି ରହିଛି। ସେହିଭଳି ଏକାମ୍ର ଗେଟଟି ସ୍ବସ୍ତି ପ୍ରିମ୍ରିୟମ ପଟେ ହୋଇଛି।
Sign in
Sign in
Recover your password.
A password will be e-mailed to you.