Odia News Portal

କେନ୍ଦ୍ର ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର() କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି ।

ମାଣବସା ଗୁରୁବାର ଓଡିଶାରେ ମାର୍ଗଶୀର ମାସ ଗୁରୁବାର ଦିନ ପାଳନ କରାଯାଇଥାଏ । ଏହି ପର୍ବରେ ଲୋକେ ଧନଦେବୀ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ।

ସେହିଭଳି ରାମାୟଣ, ମହାଭାରତ ଭଳି କେତେକ ପୂରାଣର କଥାବସ୍ତୁକୁ ଛଉନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥାଏ । ଏହା ଓଡିଶାର ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ନୃତ୍ୟ ହୋଇଥିବା ବେଳେ ବାଲେଶ୍ବରରେ ମଧ୍ୟ ଏହି ନୃତ୍ୟ ହୋଇଥାଏ ।

ଏହାସହ ପୁରୀ ଜିଲ୍ଲାରେ ରାବଣଛାୟା ନୃତ୍ୟ ଏକକ ବା ପାରିବାରିକ ନୃତ୍ୟ ଭାବେ ପ୍ରଦର୍ଷିତ ହୋଇଥାଏ ।

ଭାରତୀୟ ପରମ୍ପରା ଓ ସାଂସ୍କୃତିରେ ସ୍ଥାନ ପାଇଥିବା ଓଡିଶାର ତିନୋଟି ପର୍ବ ଯଥା ମାଣବସା, ଛଉନୃତ୍ୟ ଓ ପୁରୀର ରାବଣଛାୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।