ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପୁଲୁରୁ ଅଞ୍ଚଳରେ ପୁଲିସ୍ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି।
ଏମାନଙ୍କ ପରିଚୟ ମିଳିନି, କିନ୍ତୁ ଏମାନେ ବଡ଼ ବଡ଼ ରାଙ୍କର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ କାଲିମେଳା ଦଳମର ବୋଲି ଏଡିଜି (ଅପରେସନ୍) ଆର୍.ପି କୋଚେ ସୂଚନା ଦେଇଛନ୍ତି।
ଅସ୍ତ୍ରଶସ୍ତ୍ର ସହିତ ନକ୍ସଲମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଏଡିଜି (ଅପରେସନ୍) ଆର୍.ପି କୋଚେ କହିଛନ୍ତି ଯେ ୪ଟି ବନ୍ଧୁକ ଜବତ କରାଯାଇଛି। ସେଥି ମଧ୍ୟରେ ରହିଛି ୨ଟି ଇନ୍ସାସ୍, ଗୋଟିଏ ଏସ୍ଏଲ୍ଆର୍ ଓ ଗୋଟିଏ ଥ୍ରୀ ନଟ୍ ଥ୍ରୀ। ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ୍ ମଧ୍ୟ ଜବତ ହୋଇଛି।
ଏବେ ବି ଉକ୍ତ ଅଞ୍ଚଳରେ ଗୁଳିବିନିମୟ ଚାଲିଛି। କାଲିମେଳା ଦଳମ୍ର ନକ୍ସଲ ନେତା ରଣଦେବ ଖସି ଯାଇଥିବା ଜଣାପଡ଼ିଛି।
ଏସ୍ଓଜି ଯବାନଙ୍କୁ ନେଇ ଗତକାଲି ସନ୍ଧ୍ୟାରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା।
ଡିଜିପି ଆର୍.ପି ଶର୍ମା କହିଛନ୍ତି,“ ଓଡ଼ିଶା ପୁଲିସ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ମୁଁ ଭାବୁଛି ଓଡ଼ିଶାର ଏହା ବେଷ୍ଟ୍ ଅପରେସନ୍।”
ଅପରେସନ୍ ସରିବା ପରେ ସବିଶେଷ ସୂଚନା ଦିଆଯିବ ବୋଲି ଡିଜିପି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
