Odia News Portal

ମାର୍କେଟ୍ ବିଲ୍ଡିଂ ୪୮ ଘଣ୍ଟା ସିଲ୍

ଭୁବନେଶ୍ୱର : କଟକଣା ମାନୁନଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ । ବିଏମସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ । ୪୮ ଘଣ୍ଟା ହେଲା ସିଲ୍ । ଆଜି ସଂଧ୍ୟାରେ ଡିସିି ଓ ବିଏମସିର ଜୋନାଲ୍ କମିଶନର ପୋଲିସ କର୍ମଚାରୀଙ୍କ ଅଚାନକ ଚଢାଉ କରିଥିଲେ । ସେତେବେଳେ ମାର୍କେଟ୍ ବିଲ୍ଡିଂରେ ଭିଡ଼ ୍ରବଳ ଥିଲା । ସବୁ ଦୋକାନ ଆଗରେ ଲମ୍ବା ଲାଇନ୍ ଥିଲା । କେହି କେହି ମୁହଁରେ ମାସ୍କ ପିନ୍ଧିନଥିଲେ । ଏଭଳି ସ୍ଥିତିରେ ମାର୍କେଟ୍ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରାଗଲା । ଳରେ ଆସନ୍ତା ସୋମବାର ଦିନ ଖୋଲିବ ମାର୍କେଟ୍ । ଶନି ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ରହୁଥିବାରୁ ସୋମବାର ଖୋଲିବ । ଏ ନେଇ ବିଏମସି ଜୋନାଲ କମିଶନର କହିଛନ୍ତି ଯେ, ଆମେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛୁ । କିନ୍ତୁ କିଛି ଅମାନିଆ ଏହାକୁ ମାନୁନାହାଁନ୍ତି ।ଳରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଉଛୁ । ଯେଉଁଠି ଆଇନ ଉଲ୍ଲଂଘନ ହେବ ସେ ହାଟ, ବଜାର ହେଉ କିସମ୍ବା ଅନ୍ୟ କିଛି ସେଠାରେ ଆମେ କାର୍ଯ୍ୟାନୁଷ୍ଠାନ ନିଆଯିବ ।