Odia News Portal

ଟ୍ରମ୍ପ-ମେଲାନିଆଙ୍କୁ ଚରଖା ବୁଲା ଶିଖାଇଲେ ମୋଦି: ଭିଡିଓ ଦେଖନ୍ତୁ

ଅହମ୍ମଦାବାଦ() ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସକାଳ ୧୧.୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ବିମାନ ଯୋଗେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ଭାରତ ଗସ୍ତରେ ଆସିଛନ୍ତି ।

ତେବେ ବିମାନବନ୍ଦରରୁ ବାହାରି ଟ୍ରମ୍ପ ସିଧା ଅହମ୍ମଦାବାଦ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଯାଇଥିଲେ ମୋଦି । ତେବେ ଟ୍ରମ୍ପଙ୍କ ସାବରମତୀ ଆଶ୍ରମ ଗସ୍ତ ଅବସରରେ ସେ ବାପୁଙ୍କ ଚରଖା ଚଳାଇଥିଲେ । ତେବେ କାନ୍ଧରେ ଏକ ସୂତାର ସରୋପା ପକାଇଥିବାର ଦେଖିବାକୁ ମିଳିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଟ୍ରମ୍ପ ଓ ମାଲେନିଆଙ୍କୁ କିପରି ଚରଖା ଚଳାଯାଏ । ସେ ବିଷୟରେ ଶିଖାଇଥିଲେ । ତେବେ ଆଶ୍ରମ ଗସ୍ତ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଡାଏରୀରେ ମଧ୍ୟ ଦସ୍ତଖତ କରିଛନ୍ତି । ଟ୍ରମ୍ପଙ୍କ ଗସ୍ତସୂଚୀରେ ସାବରମତୀ ଆଶ୍ରମ ଗସ୍ତ କରିବାର କାର୍ୟ୍ୟକ୍ରମ ନଥିଲା । କିନ୍ତୁ ପରେ ସାବରମତି ଆଶ୍ରମ କାର୍ୟ୍ୟସୂଚୀରେ ସଯୁକ୍ତ କରାଯାଇଥିଲା ବୋଲି ସୂଚନା ରହିଛି ।