ଅରୁଣାଞ୍ଚଳପ୍ରଦେଶ() ଅରୁଣାଞ୍ଚଳପ୍ରଦେଶ ରେ ସଂନ୍ଦିଗ୍ଧ ଆତଙ୍କବାଦୀ ଏନପିପି ବିଧାନସଭା ପ୍ରାର୍ଥୀ ତିରୋଙ୍ଗ ଅବୋ ଏବଂ ଦୁଇ ସୁରକ୍ଷାକର୍ମୀ ସମେତ ୧୧ ଜଣ ଲୋକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଜିଲ୍ଲାର ଖୋସାଁ ପଶ୍ଚିମ ବିଧାନସଭା ସିଟରେ ଥିବା ବିଧାୟକ ତିରୋଙ୍ଗ ଅବୋ , ଏହି ସିଟରୁ ଦ୍ୱିତୀୟଥର ନିର୍ବାଚିତ ହେବା ପାଇଁ ଚେଷ୍ଟା କରୁଥିଲେ । ତେବେ ଏହି ଘଟଣାର ନିନ୍ଦା କରିଛନ୍ତି ଏନପିପି ଅଧ୍ୟକ୍ଷ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ପି ସଗମା ଏହି ମାମଲାରେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ୍ ସିଂହଙ୍କ ହସ୍ତକ୍ଷେପ ମାଗିଛନ୍ତି ।