Odia News Portal

ଆପଣଙ୍କ ଫୋନରେ କରୋନା ଭାଇରସ, ଏପରି ସଫା କରନ୍ତୁ ନିଜର ଫୋନ

କରୋନା ଭାଇରସରୁ ବଞ୍ଚିବା ପାଇଁ କମ ସମୟ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ଭିଡ଼ ସ୍ଥାନରୁ ବଞ୍ଚି ରହିବା ଭଳି ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହି ସମୟରେ ଏକ ଏପରି ଜିନିଷ ଯାହାକୁ ସଫା କରିବା ପାଇଁ ପ୍ରାୟ ଏତେ କେହି ଧ୍ୟାନ ଦେଉନାହାନ୍ତି । ତାହା ହେଉଛି ଆମର ମୋବାଇଲ ଫୋନ । ଯଦିଓ ଆପଣଙ୍କ ଫୋନ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପିବାର ବିପଦ ସବୁଠାରୁ ଅଧିକ ରହିଛି ।

କରୋନା ଭାଇରସ(COVID-19)ର ଡାଟା କଲେକ୍ସନ ସମୟରେ ଜଣାପଡିଥିଲା ଯେ ଗ୍ଲାସ ସ୍ଲାଇଡରେ ଏହି ଭାଇରସ 96 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଯାହାକି ଫୋନର ସ୍କ୍ରିନ ଉପରେ ମଧ୍ୟ ଲାଗୁ ହୋଇଥାଏ । ମାଇକ୍ରୋବାୟୋଲୋଜିଷ୍ଟ Emma Hayhurstଙ୍କ କହିବା ଅନୁଯାୟୀ ଏକଥା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇନାହିଁ ଯେ ଏହି ଭାଇରସ ଫୋନ ଦ୍ୱାରା ସଂକ୍ରମିତ ହେଉଛି ବୋଲି କିନ୍ତୁ ଏକଥା ମଧ୍ୟ ପ୍ରମାଣିତ ନୁହେଁ ଯେ ସଂକ୍ରମଣ ଫୋନ ଦ୍ୱାରା ବ୍ୟାପୁନାହିଁ ।

ଯଦି ଆପଣ ନିଜର ଫୋନକୁ ସଫା ଏବଂ କୀଟାଣୁମୁକ୍ତ ରଖିବା ପାଇଁ ଚାଁହୁଥାନ୍ତି ତାହେଲେ ଏହି ସବୁ ଟିପ୍ସ ଆପଣଙ୍କର ବହୁତ କାମରେ ଆସିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଟିପ୍ସ ।

ତାପରେ ମାଇକ୍ରୋଫାଇବର କପଡ଼ାକୁ ଟିକିଏ ନରମ କରିଦିଅନ୍ତୁ ଏବଂ ସାବୁନ(କେମିକାଲ ଫ୍ରି)ର ବ୍ୟବହାର କରନ୍ତୁ ।

ଧ୍ୟାନ ରଖନ୍ତୁ ସାବୁନ ଯେପରି ସିଧାସଳଖ ଫୋନର ସ୍କ୍ରିନରେ ନଲାଗେ । ଏହାକୁ ପାଣିରେ ମିଶାଇ ଉକ୍ତ କପଡା ସାହାଯ୍ୟରେ ଧୀରେ ଧୀରେ ପୋଛିଦିଅନ୍ତୁ ।

ଆପଣଙ୍କ ଫୋନ ୱାଟରପ୍ରୁଫ ହୋଇପାରେ କିନ୍ତୁ ଧ୍ୟାନ ଦିଅନ୍ତୁ ଯେପରି ଫୋନର କୌଣସି ଓପନିଂରେ ପାଣି ନଲାଗେ । ଏହାଦ୍ୱାରା ଆପଣଙ୍କ ଫୋନ ଖରାପ ହୋଇପାରେ ।

ନିଜର ଫୋନ୍କୁ କୌଣସି କ୍ଲିନର ଭିତରେ ବୁଡ଼ାଇବା ଭଳି ଭୁଲ କେବେବି କରନ୍ତୁ ନାହିଁ ଏବଂ ଫୋନକୁ ବ୍ଲିଚ ମଧ୍ୟ କରନ୍ତୁ ନାହିଁ ।

ଟିସୁ ପେପରର ବ୍ୟବହାର କରନ୍ତୁ ନାହିଁ ଯାହାକି ଫୋନର ସ୍କ୍ରିନକୁ କ୍ଷତି ପହଞ୍ଚାଇପାରେ ।

ଫୋନ ଉପରେ କୌଣସି ପ୍ରକାରର ସ୍ପ୍ରେ ବ୍ୟବହାର କରନ୍ତୁ ନାହିଁ । ଯାହାଦ୍ୱାରା ଫୋନରେ ଆର୍ଦ୍ରତା ଦେଖାଦେଇପାରେ ।

ଫୋନ କମ୍ପାନୀ ଗୁଡିକର କହିବା ଅନୁଯାୟୀ ଏହାକୁ ସଫା କରିବା ପାଇଁ କୌଣସି ପ୍ରକାର କେମିକାଲର ବ୍ୟବହାର କରନ୍ତୁ ନାହିଁ । କେବଳ ମାଇକ୍ରୋଫାଇବାର କପଡାର ବ୍ୟବହାର କରନ୍ତୁ ।