ମୋଦିଙ୍କ ଦନ୍ତହୀନ ସମାଲୋଚନା
ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି । ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୪ ହଜାର ୫୨୩ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶୁଭଦେବା ସହିତ ଆଇଆଇଟି ଭୁବନେଶ୍ୱରକୁ ରାଷ୍ଟ୍ରଉଦେ୍ଧଶ୍ୟରେ ସମର୍ପଣ କରିବା ଭୁବନେଶ୍ୱର ଇଏସଆଇ ହସପିଟାଲକୁ ୧୦୦ଶଯ୍ୟା ବିଶିଷ୍ଟ ହସପିଟାଲ ଉଦଘାଟନ କରିବା,ଉକ୍ôଳ ବିଶ୍ୱବିଦ୍ୟାଳୟରେ ବକ୍ସିଜଗବନ୍ଧୁ ଗବେଷଣା କେନ୍ଦ୍ର ସ୍ଥାପନ କରିବା ଓ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ପ୍ରଚଳନ କରିବା ଆଦି ଏକାଧିକ କାର୍ଯ୍ୟକ୍ରମ ସମ୍ପନ୍ନ କରି ଏଠାରୁ ଦିଲ୍ଲୀ ଫେରିଯାଇଛନ୍ତି ।
ଯଦିଓ ଆସନ୍ତା ନିର୍ବାଚନ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଫୋକସରେ ରଖି ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ନେତା ମାନେ ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି, ସେହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେଡି ସରକାରକୁ ସିଧାସଳକ ଆକ୍ରମଣ କରିବେ ବୋଲି ରାଜ୍ୟ ବିଜେପି ନେତା ଓ କର୍ମୀ ମାନେ ଆଶା କରୁଥିଲେ । ପ୍ରକୃତରେ ସେମିତି କିଛି ଦେଖିବାକୁ ମିଳିଲାନି । ପ୍ରଧାନମନ୍ତ୍ରୀ ବୁଲେଇବଙ୍କେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଆଣିଥିଲେ ସତ କିନ୍ତୁ ତାହା ତାଙ୍କ ପୁର୍ବ ଭାସଣଗୁଡିକ ଭଳି ସେତେଟା ଶାଣିତ ନଥିଲା । ଆଜି ବିପୁଳ ଜନସମାଗମକୁ ଦେଖି ଓଡିଶାରେ ପରିବର୍ତନ ଅବଶ୍ୟମ୍ଭାବି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ ।
ଖୋର୍ଦ୍ଧା ଠାରେ ଅନୁÂିତ ପ୍ରଧାନମନ୍ତ୍ରୀଙ୍କ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସ୍ୱାଧିନତା ସଂଗ୍ରାମରେ ବକ୍ସିଜଗବନ୍ଧୁଙ୍କର ବୀରତ୍ୱ ଓ ବଳିଦାନର କୌଣସି ପଟ୍ଟାନ୍ତର ନାହିଁ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ବକ୍ସିଜଗବନ୍ଧୁ ଓ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଆଜିର କେନ୍ଦ୍ରୀୟ ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଏହି ସଭାଗୁଡିକରେ ରାଜ୍ୟପାଳ ଗଣେସିଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା. ଜୁଏଲ ଓରାମ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.