Odia News Portal

ବନ୍ୟା ପ୍ରଭାବ, ୪୩ ମୃତ , ୨୪ ନିଖୋଜ

ନେପାଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ୨୦ ଜଣ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି ।

ଗତ କିଛି ଦିନ ଧରି ନେପାଳରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ବନ୍ୟା ଆସିଛି। ବନ୍ୟା ଜଳର କ୍ଷୀପ୍ର ପ୍ରବାହ ଯୋଗୁ ଅଧିକାଂଶ ସ୍ଥାନରେ ଭୂସ୍ଖଳନ ହୋଇଛି। ତେଣୁ ଅତି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାଯୋଗୁ ଦେଶର ସମସ୍ତ ପ୍ରମୁଖ ରାଜରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ୬୦୦୦ରୁ ଅଧିକ ଲୋକ ବାତ୍ୟା ଯୋଗୁ ସାଂଘାତିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।