Odia News Portal

ଟି-୨୦ରୁ ଅଲବିଦା ନେବେ ଧୋନି!

ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଉ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦେଖା ଦେବେନି । ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ହିଁ ତାଙ୍କ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ ।

ଏହା ଶୁଣିଲେ ସାମାନ୍ୟ ଆଶ୍ଚର୍ୟ୍ୟ ଲାଗୁଛି । କିନ୍ତୁ ବାସ୍ତବରେ ଏହା ସତ୍ୟ । କାରଣ ମେ’ ମାସରେ ଇଂଲଣ୍ଡରେ ହେବାକୁଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିପାରନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଶେଷ ଟି-୨୦ । ଏହା ପରେ ଭାରତ ପାଖାପାଖି ୬ମାସ ପର୍ୟ୍ୟନ୍ତ ଟି-୨୦ ମ୍ୟାଚ୍ ଖେଳିବ ନାହିଁ ।
ଯଦି ଧୋନି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କୁହନ୍ତି, ତାହେଲେ ଫେବୃଆରୀ ୨୭, ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ । ଯଦି ବି ଧୋନି ବିଶ୍ୱକପ୍ ପରେ ସନ୍ନ୍ୟାସ ନ ନିଅନ୍ତି । ତଥାପି ତାଙ୍କୁ ପୁଣିଥରେ ଟି-୨୦ ଦଳରେ ସାମିଲ କରାଯିବାର ସମ୍ଭାବନା କମ୍ ।

ଏହି ତର୍କକୁ ସ୍ୱୀକାର କରିବା ପାଇଁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ମନ୍ତବ୍ୟକୁ ଅପେକ୍ଷା କରିବାକୁ ପଡିବ । ଗତ ଅଷ୍ଟ୍ରେଲିଆ ଗସ୍ତରେ ଧୋନିଙ୍କୁ ଟି-୨୦ ଦଳରେ ସାମିଲ କରାଯାଇନଥିଲା ।