Odia News Portal

ମନମୋହନ ସିଂହଙ୍କୁ ଭେଟିଲେ କମେଡି କିଙ୍ଗ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟି ତାଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ୍‌ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। କପିଲ୍‌ ମନମୋହନ ସିଂହଙ୍କ ସହ ବାର୍ତ୍ତାଳପ କରୁଥିବା ସମୟର ଏକ ଫଟୋ ଏବଂ ମନମୋହନ ସିଂହ, ତାଙ୍କ ପତ୍ନୀ ଗୁର୍‌ସରନ କୌର୍‌ଙ୍କ ସହ ଫଟୋକୁ ଇନ୍‌ଷ୍ଟାରେ ପୋଷ୍ଟ୍‍ କରିଛନ୍ତି। ସେ ଏହି ଦୁଇଟି ଫଟୋ ଇନ୍‌ଷ୍ଟାରେ ଅପ୍‌ଲୋଡ କରି ଲେଖିଛନ୍ତି, ‘ସମ୍ମାନୀୟ ଡକ୍ଟର ମନମୋହନ ସିଂଜୀଙ୍କୁ ତାଙ୍କର ଆତିଥ୍ୟ ଚର୍ଚ୍ଚା ଓ ଅମ୍ରିତସର ସଂପର୍କରେ ହୃଦୟଭରା କଥୋପକଥନ ପାଇଁ ଧନ୍ୟବାଦ।

ବିଶେଷ କରି ଆମ କଲେଜ ଓ ଖାଦ୍ୟ ବିଷୟରେ କଥା ହୋଇଥିବାରୁ। ଆପଣଙ୍କ ପରି ଜଣେ ବିନମ୍ର ଓ ସରଳ ରାଜନେତାଙ୍କଠାରୁ ସମ୍ମାନ ମିଳିବା ଓ ମ୍ୟାଡମଙ୍କ ଆଶୀର୍ବାଦ ପାଇବା ଏକ ସମ୍ମାନର କଥା।’ ନିକଟ ଅତୀତରେ କପିଲ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ତାଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରି ନିଜର ଖୁସି ବ୍ୟକ୍ତ କରିଥିଲେ। ମୋଦି ବି ଖୁବ୍‌ ଭଲ ମଜା କରିପାରନ୍ତି ବୋଲି କପିଲ୍‌ ତାଙ୍କ ଟୁଇଟ୍‌ରେ ପ୍ରକାଶ କରିଥିଲେ।