Odia News Portal

ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । କରୋନା ବିରୋଧରେ ମୋଦୀ ନେଇଥିବା ଐତିହାସିକ ଓ ସାହାସିକ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନିଶ୍ଚିତ ଭାବେ ଦେଶର ଅର୍ଥ ବ୍ୟବସ୍ଥାରୁ ପ୍ରଭାବ ପକାଇବ । ମାତ୍ର ଦେଶର ଜନତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବା ସହ ଏହି ମହାମାରୀର ବିପଦକୁ ଏଡାଇ ପାରିଲେ ନିଶ୍ଚୟ ଭାବେ ଏହା ଏକ ବଡ ପଦକ୍ଷେପ ହେବ । ମୋଦୀ କରୋନା ବିରୋଧରେ ହୋଇଥିବା ଯୁଦ୍ଧରେ କମାଣ୍ଡର ହୋଇଥିବା ବେଳେ ଦେଶର ଜନତା ସେନା ବୋଲି ଚିଦାମ୍ବରମ କହିଛନ୍ତି ।

ଲୋକମାନେ କମାଣ୍ଡରଙ୍କ କଥାରୁ ସମ୍ମାନ ଦେବା ସହ ନିଜକୁ ସେନା ବାହିନୀର ସଦସ୍ୟ ଭାବେ ତାଙ୍କର ଏହି ୨୧ ଦିନିଆ ଲକ୍‌ ଡାଉନ୍‌କୁ ମାନିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

ସମସ୍ତ ଅତ୍ୟାବଶ୍ୟକୀୟ ବସ୍ତୁର ଜିଏସ୍‌ଟି ୫ ପ୍ରତିଶତ ହ୍ରାସ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ମୋଦୀ ନେଇଥିବା ପଦକ୍ଷେପ ଅତ୍ୟନ୍ତ ସାହାସିକ ଓ ସମୟାନୁପଯୋଗୀ ପଦକ୍ଷେପ ବୋଲି ଚିଦାମ୍ବରମ୍‌ କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ରାୟ ଏଥିରେ ଅନ୍ୟ କାହାର ସମ୍ପର୍କ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ମୋଦୀ ଘୋଷଣା କରିଛନ୍ତି । ଏବୋ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ମାତ୍ର ବିକଳ୍ପ ଭାବେ ଦେଖା ଦେଇଛି । ଏହି ସମୟରେ କେବଳ ଅତ୍ୟାବଶକୀୟ ସେବା ଜାରି ରହିବ ।