ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ସରିଲା। ଭାରତୀୟ ଟିମ୍ ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୨-୧ରେ ହାରିଯାଇଛି । ଅପରପକ୍ଷରେ ମହିଳାଙ୍କ ଟିମ୍ର ମଧ୍ୟ ଖେଳ ଚାଲିଛି। ଭାରତୀୟ ମହିଳା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ବ୍ୟାଟ୍ସମ୍ୟାନ ସ୍ମୃତି ମଂଧାନା ୨୪ ବଲ୍ରେ ହାପ ସେନଚୁରୀ କରିଥିଲେ। ଭାରତୀୟ ମହିଳା ଖେଳାଳିଙ୍କ ମଧ୍ୟରୁ ସ୍ମୃତିଙ୍କର ଦୃତ ହାପ ସେନଚୁରୀ (୫୮) ପ୍ରଶଂସନୀୟ ହୋଇଥିଲା। କିନ୍ତୁ ଏହା ଭାରତୀୟ ଟିମ୍କୁ ବିଜୟୀ କରାଇନଥିଲା।
ଏହି ମ୍ୟାଚ୍ ପରେ ସ୍ମୃତି ମଂଧାନାଙ୍କ ଚର୍ଚ୍ଚା ଜୋର ସୋରରେ ଚାଲିଛି। ୧୯୯୬ ମସିହା ଜୁଲାଇ ମାସ ୧୮ ତାରିଖ ମହାରାଷ୍ଟ୍ରରେ ସ୍ମୃତି ମଂଧାନାଙ୍କ ଜନ୍ମ । ୨୦୧୩ ମସିହାରେ ଭାରତୀୟ ଟିମ୍ରେ ପ୍ରଥମ ଥର ପାଇଁ ବାଙ୍ଗଲାଦେଶ ବିପକ୍ଷରେ ଖେଳିଥିଲେ ସ୍ମୃତି। ତେବେ ଏବିପି ନ୍ୟୁଜ ରିପୋର୍ଟ ଅନୁସାରେ ୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ସ୍ମୃତି ମଂଧାନା। ଗତ ବର୍ଷ ଭଲ ପ୍ରଦର୍ଶନ ପାଇଁ ଆଇସିସି ଦ୍ୱାରା ସ୍ମୃତିଙ୍କୁ ୱିମେନ କ୍ରିକେଟର ଅଫ ଦ ୟିଅର ଆୱାର୍ଡ ମଧ୍ୟ ମିଲିଥିଲା।
