ଜମ୍ମୁ : ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ ରାଓ୍ବତ ନିକଟରେ ଏକ ଚେତାବନୀ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେଉଁ ଅଧିକାରୀ ଏବଂ ଯବାନମାନେ ସୁଗାର ଏବଂ ହାଇପରଟେନସନର ବାହାନା କରି ବିପଦଜନକ ଅଭିଯାନକୁ ଯିବାକୁ ଚାହୁଁନାହାନ୍ତି ଏବେ ତାଙ୍କ ରକ୍ଷା ନାହିଁ। ରାଓ୍ବତ କହିଛନ୍ତି ଯେ ଭାରତୀୟ ସେନାରେ କେତେକ ଏପରି ଯବାନ ଏବଂ ଅଧିକାରୀ ଉପସ୍ଥିତ ଅଛନ୍ତି ଯେଉଁମାନେ କୈାଣସି ରୋଗର ବାହାନା କରି ଅଭିଯାନକୁ ଯାଉନାହାନ୍ତି ଏବଂ ଅତ୍ୟଧିକ ଟଙ୍କା ରୋଜଗାର କରୁଛନ୍ତି।
କିନ୍ତୁ ସେନା ବର୍ତ୍ତମାନ ଏହି ଯବାନଙ୍କ ଦୋଷକୁ ଆଉ ସହି ପାରିବ ନାହିଁ। କିନ୍ତୁ ଯେଉଁ ଯବାନମାନେ ବାସ୍ତବରେ ରୋଗରେ ପୀଡ଼ିତ ଥିଲେ ସେନା ତାଙ୍କୁ ଅଧିକ ଟଙ୍କା ସହ ବିଭିନ୍ନ ଜରୁରୀ ସମ୍ମାନ ମଧ୍ୟ ପ୍ରଦାନ କରିବ। ରାଓ୍ବତଙ୍କ କହିବାନୁସାରେ ସେନାବାହିନୀକୁ ରୋଜଗାର ପାଇବାର ମାଧ୍ୟମ ଭାବିବା ଅନୁଚିତ୍। ସେନାବାହିନୀରେ ମାନସିକ ଏବଂ ଶାରିରୀକ ଅକ୍ଷମତାକୁ କାରଣ କରିବାକୁ ଦିଆଯିବ ନାହିଁ।
