Odia News Portal

ପୁଣି ହାରିଲା ବେଙ୍ଗାଲୁରୁ, ୫ ୱିକେଟରେ ମୁମ୍ବାଇ ବିଜୟୀ

ମୁମ୍ବାଇ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣି ଥରେ ପରାଜୟ ସ୍ୱୀକାର କରିଛି । ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ ରେ ଆଇପିଏଲର ୩୧ତମ ମ୍ୟାଚରେ ସୋମବାର ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୭୧ ରନ କରିଥିଲା । ଫଳରେ ମୁମ୍ବାଇ ଟିମ ୧୭୨ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା ଏବଂ ଏହାକୁ ୧୯ ଓଭରରେ ପୂରା କରିଥିଲା । ସୂଚନାଯୋଗ୍ୟ ଚଳିତ ଆଇପିଏଲ ସଂସ୍କରଣରେ ବେଙ୍ଗାଲୁରୁ ପ୍ରଥମ ୬ଟି ମ୍ୟାଚରେ ହାରିବା ପରେ ପଂଜାବ ବିପକ୍ଷରେ ଏପ୍ରିଲ ୧୩ରେ ୮ ୱିକେଟରେ ଜିତି ଥିଲା । 

ଲାସିଥ ମାଲିଙ୍ଗା ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଙ୍ଗାଲୁରୁ ଠାରୁ ମୁମ୍ବାଇ ବିଜୟ ଛଡାଇଥିଲା । ବେଙ୍ଗାଲୁରୁ ୧୬୯ ରନରେ ୩ଟି ୱିକେଟ ହରାଇଥିଲା । ମାଲିଙ୍ଗାଙ୍କ ପ୍ରଭାବଶାଳୀ ବୋଲିଂ ଯୋଗୁଁ ବେଙ୍ଗାଲୁରୁ ଏକ ବିଶାଳ ସ୍କୋର କରିପାରି ନଥିଲା । ପ୍ରଥମ ଇନିଂସର ଶେଷ ଓଭରକୁ ମାଲିଙ୍ଗା ବୋଲି କରୁଥିଲେ । ମାଲିଙ୍ଗାଙ୍କ ବଲରେ କିରଣ ପୋଲାର୍ଡଙ୍କ ଦ୍ୱାରା ଏବି ଡିଭିଲିୟସ (୭୫ ରନ, ୫୧ ବଲ, ୬ ଚୌକା, ୪ ଛକା) ରନ ହେବାର ପରବର୍ତ୍ତୀ ୨ଟି ବଲରେ ଆକାଶଦୀପ ଏବଂ ପବନ ନେଗୀ ଆଉଟ ହୋଇଥିଲେ । ବେଙ୍ଗାଲୁରୁ ସ୍କୋର ୧୨ ରନରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇଥିବା ବେଳେ ୪୯ ରନରେ ପାର୍ଥିବ ପଟେଲ (୨୮ ରନ) ଆଉଟ ହୋଇଥିଲେ । ପାର୍ଥିବ ପଟେଲ ଆଉଟ ହେବା ପରେ କ୍ରିଜକୁ ଆସିଥିଲେ ମୋଇନ ଅଲୀ । ସେ ୩୨ଟି ବଲ ଖେଳି ୫୦ ରନ କରିଥିଲେ ।

ମୁମ୍ବାଇ ଇଣ୍ଡିଆନ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା କିନ୍ତୁ ମଧ୍ୟକ୍ରମରେ ୪୪ ରନରେ ଈଶାନ କିଷନା, ସୂର୍ଯ୍ୟକୁମାର ଯାଦବ ଓ କ୍ରଣାଲ ପାଣ୍ଡ୍ୟାଙ୍କୁ ହରାଇଥିଲା । ଟିମ ୭୦ ରନରେ ରୋହିତ ଶର୍ମା, ୭୧ ରନରେ କ୍ୱିଣ୍ଟନ ଡି କକଙ୍କୁ ହରାଇଥିଲା । ସେହିପରି ସ୍କୋର ୧୦୪ ରନରେ କିଷାନ, ୧୨୯ ରନରେ ସୂର୍ଯ୍ୟ କୁମାର ଓ ୧୪୮ ରନରେ କ୍ରୁଣାଳ ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜକୁ ଆସିବା ପରେ ମାଇଲ ଖୁଣ୍ଟ ଭଳି ବ୍ୟାଟିଂ କରିଥିଲେ । ସେ ୧୬ଟି ବଲ ଖେଳି ୩୭ ରନ କରିଥିଲେ । ଏଥି ପାଇ ଭାଇ କ୍ରୁଣାଳ ପାଣ୍ଡ୍ୟା (୨୧ ବଲରୁ ୧୧ ରନ) ତାଙ୍କୁ ସହଯୋଗ କରିଥିଲେ ।