Odia News Portal

ରୋମାଞ୍ଚକର ମ୍ୟାଚରେ ବେଙ୍ଗାଲୁରୁର ଦମ୍‌ଦାର ବିଜୟ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ୩୫ ତମ ମ୍ୟାଚରେ କୋଲକାତାକୁ ୧୦ ରନ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ । କୋଲକତା ୨୧୪ ରନ୍‌ର ବିରାଟ ଲକ୍ଷ୍ୟକୁ ପୁରା କରିବା ପାଇଁ ଜୋରଦାର ପ୍ରୟାଶ କରିଥିଲା ରସେଲ ୨୮ ବଲ୍‌ରେ ଦମ୍‌ଦାର ୬୫ ଓ ନିତିସ ରାଣାଙ୍କ ୪୬ ବଲ୍‌ରେ ୮୫ ରନ୍‌ କରିଥିଲେ କିନ୍ତୁ ମ୍ୟାଚ୍‌କୁ ଜିତି ପାରିନଥିଲା । ଫଳରେ କୋଲକାତା ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୩ ରନ୍‌ କରିଛି । ବେଙ୍ଗାଲୁରୁ ପକ୍ଷରୁ ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଡେଲ୍‌ ଷ୍ଟେନ୍‌ ୨ ଟି ଓ୍ଵିକେଟ ନେଇଥିବା ବେଳେ ନଭଦିପ୍‌ ସାନି ଓ ଷ୍ଟୋନିସ୍‌ ୧-୧ ଓ୍ଵିକେଟ ନେଇଛନ୍ତି । ଏହା ବେଙ୍ଗାଲୁରୁର ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ବିଜୟ, ଅନ୍ୟପଟେ କୋଲକାତା ଚଳିତ ଆଇପିଏଲ୍‌ରେ ଲଗାତାର ୪ଟି ମ୍ୟାଚରେ ପରାଜୟ ବରଣ କରିଛି ।