Odia News Portal

ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ

IPL୨୦୧୯ ର ହାଇ ଭୋଲ୍ଟେଜ ମ୍ୟାଚରେ ଚେନ୍ନାଇକୁ ୧ରନରେ ହରାଇ ଚତୁର୍ଥ ଥର ପାଇଁ ବିଜୟ କିତାବ ହାସଲ କରିଛି ମୁମ୍ବାଇ। ଶେଷ ଓଭରରେ ଚେନ୍ନାଇକୁ ବିଜୟ ପାଇଁ ୯ ରନର ଆବଶ୍ୟକତା ଥିବାବେଳେ, ଲସିଥ ମାଲିଙ୍ଗା ଶେଷ ବଲରେ ସାରଦୁଲ ଠାକୁରଙ୍କୁ ଆଉଟ କରି ମୁମ୍ବାଇ ପାଇଁ ଏହି ବିଜୟ ଲକ୍ଷ ହାସଲ କରିଥିଲେ। ଟଚ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଅନ୍ସ ନିର୍ଦ୍ଧାରିତ୨୦ ଓଭରରେ ୮ ଵିକେଟ ହରାଇ ଚେନ୍ନାଇ ସୁପର କିଙ୍ଗସ ପାଇଁ ୧୪୯ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲେ। ଜବାବରେ ଚେନ୍ନାଇ ୭ ଵିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୪୮ ରନ ସଂଗ୍ରହ କରିଥିଲେ ମଧ୍ୟ ଶେଷ ବଲରେ ମ୍ୟାଚ ହାରି ଯାଇଥିଲା। ମ୍ୟାଚ ଜିତିବା ପାଇଁ ଚେନ୍ନାଇ ତରଫରୁ ସେନ ୱାଟ୍ସନ ଖୁବ ସଂଘର୍ଷ କରିଥିଲେ ମଧ୍ୟ, ଶେଷ ଓଭରରେ ରନ ଆଉଟ ହେବ ଦ୍ୱାରା ଚେନ୍ନାଇ ହାତରୁ ମ୍ୟାଚ ଚାଲିଯାଇଥିଲା।