Odia News Portal

ଭାରତୀୟ ଦଳକୁ ବଡ଼ ଝଟକା, ବିଶ୍ବ କପ୍ ପୂର୍ବରୁ ଆଘାତ ହେଲେ ଏହି ଖେଳାଳି

ୱାଣ୍ଡେ ୱାଲ୍ଡ କପ-୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ କୁ ଲାଗିଛି ଏକ ବଡ଼ ଝଟକା । ୱାଣ୍ଡେ ୱାଲ୍ଡ ବା ବିଶ୍ବ କପ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିଥିବା ଭାରତୀୟ ଦଳ ଆଜି ନିଜର ପ୍ରଥମ ଅଭ୍ୟାସ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳିଥାନ୍ତେ। କିନ୍ତୁ ଗତକାଲି ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କରଙ୍କୁ ଲାଗିଛି ଆଘାତ ।

ରିପୋର୍ଟ ଅନୁଯାୟୀ ଗତ ଶୁକ୍ରବାର ଦିନ ବିଜୟ ଶଙ୍କର ଅଭ୍ୟାସ କରୁଥିବା ସମୟରେ ତାଙ୍କର ଡାହାଣ ପଟ କାନ୍ଧରେ ଆଘାତ ଲାଗିଥିଲା। ବିଜୟ ବୋଲିଂ ପାଇଁ ଅଭ୍ୟାସ କରୁଥିବା ସମୟରେ ଇଂଲଣ୍ଡ ଯାଇଥିବା ବାମ ହାତ ବୋଲର ଖଲୀଲ ଅହମ୍ମଦଙ୍କ ବୋଲିଂ କରୁଥିବା ସମୟରେ ବଲଟି ଆସି ସିଧା ତାଙ୍କ କାନ୍ଧରେ ବାଜିଥିଲା। ବିସିସିଆଇ ପକ୍ଷରୁ ଶଙ୍କରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ତାଙ୍କୁ କୌଣସି ପ୍ରକାରର ଗୁରୁତର ଆଘାତ ନ ଲାଗିଥାଉ ବୋଲି ଭାରତୀୟ ଦଳ ଆଶା ରଖିଛି।