Odia News Portal

ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର () ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ତାଙ୍କୁ ୨୮ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ବିଜେତା ଘୋଷଣା କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯାଇ ସମ୍ମାନିତ କରାଯିବ।