Odia News Portal

କରୋନା ମୁକାବିଲାରେ ସମସ୍ତଙ୍କ ରୋଲ ମଡେଲ ନବୀନ

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କରୋନା ଭଳି ବିଶ୍ୱ ମହାମାରି ମୁକାବିଲାରେ ସମସ୍ତଙ୍କ ପାଇଁ ରୋଲ ମଡେଲ ହୋଇଛନ୍ତି । ଏକଥା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୀକାର କରିଛନ୍ତି ।

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କରୋନା ମୁକାବିଲା ପାଇଁ ସରା ବିଶ୍ୱ ଯେତେବେଳେ ଛାଟିପିଟି ହେଉଥିଲା ସେତେବେଳେ ନବୀନ ଦେଖାଇଛନ୍ତି ନୂଆ ସୂତ୍ର । କିଭଳି ଭାବେ ସାମାଜିକ ଦୂରତା ଦ୍ୱାରା ଲୋକଙ୍କ ମଧ୍ୟରେ ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ତାର ଫର୍ମୁଲା ଦେଇଛନ୍ତି ନବୀନ ।

କରୋନା ଭାଇରସରେ କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ । କରୋନା ଭୁତାଣୁ ସଂକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ । ତେଣୁ କିଭଳି ଭାବେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ସୃଷ୍ଟି କରାଯିବ ତାହା ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ସବୁ ଅନୁଷ୍ଠାନ ଯେଉଁଠାରେ ଅଧିକ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥାନ୍ତି ସେସବୁ ବନ୍ଦ କରିଦିଆଗଲା । ଏପରି କିଛି ଜିଲ୍ଲାରେ ୧୪୪ ଧାରା ମଧ୍ୟ ଜାରି କରାଗଲା । ଉଦ୍ଦେଶ୍ୟ ଲୋକଙ୍କୁ ଆତଙ୍କିତ କରିବା ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବା । ଯାହାଦ୍ୱାରା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିବ ।

ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଅନେକାଂଶରେ ସଫଳ ମଧ୍ୟ ହୋଇଛନ୍ତି । ବାହାଘର, ବ୍ରତଘର, ସମାଜିକ ଭୋଜି, ମନ୍ଦିରରେ ଉତ୍ସବ ଆଦି ଉପରେ ବି ଲାଗିଲା କଟକଣା । ଆରମ୍ଭରୁ କିଛି ଗୋଷ୍ଠି ଏହାକୁ ସରକାରଙ୍କ ଏକଛତ୍ର ଶାସନ ବୋଲି କହୁଥିଲେ ବି ନବୀନଙ୍କ ଏହି ପଦକ୍ଷେପର ସୁଫଳ ସେମାନେ ଧିରେ ଧିରେ ଅନୁଭବ କରିଲେଣି । ପରବ ର୍ି ପର୍ଯ୍ୟୟରେ ଅଧିକ ସଂକ୍ରମିତ ଦେଶରୁ ଆସୁଥିବା ଲୋକଙ୍କ ଠାରୁ ଆମ ରାଜ୍ୟର ସୁସ୍ଥ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବିଦେଶ ଫେରନ୍ତାଙ୍କ ପଂଜିକରଣ ଏବଂ ୧୪ ଦିନ ପର୍ଯ୍ୟନ୍ତ ଆସୋଲେସନରେ ରହିବାକୁ ବାଧ୍ୟତାମୂଳକ କରାଗଲା ।

ଏହି ପ୍ରକ୍ରିୟାରୁ ବଡ ବଡୁଆ ବି ବାଦ ପଡିଲେ ନାହିଁ । ପୁରୀ ଗଜପତି ମହାରାଜ ବିଦେଶରୁ ଫେରିବା ପରେ ନିଜକୁ ନିଜେ ଆସୋଲେସନରେ ରଖିଲେ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ପୁଅ ଲଣ୍ଡନରୁ ଫେରିବା ପରେ ସେ ମଧ୍ୟ କ୍ୱାରେ ।ଇନରେ ରହିଲେ । ବରିଷ୍ଠ ଆଇଏଏସ ଅଫିସର ଭିନିଲ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରିବା ପରେ ଆସୋଲେସନରେ ରହିଲେ । ଏ ସମସ୍ତେ ବିଦେଶରୁ ଫେରି ରାଜ୍ୟ ସରକାରଙ୍କ କୋଭିଡ-୧୯ େଓବ ପୋର୍ଟାଲରେ ନିଜ ନାମ ଓ ସମ୍ପୁର୍ଣ୍ଣ ତଥ୍ୟ ପଂଜିକରଣ କଲେ । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀ ଗୀତା ମହେଟା ବିଦେଶରୁ ଫେରିବା ପରେ ତାଙ୍କ ନାମକୁ ପୋର୍ଟାଲରେ ପଂଜିକରଣ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହା ଜଣାଇଛନ୍ତି ବିଦେଶରୁ ଓଡ଼ି଼ିଶା ଆସିଥିବା ବଡ଼଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌-୧୯ ପୋର୍ଟାଲରେ ପଞ୍ଜିକୃତ କରିବା ସହ ସରକାରଙ୍କ ନିର୍ଦ୍ଦେଶ ପାଳନ ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ମାଧ୍ୟମରେ ତଥ୍ୟ ଦେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ନବୀନ କହିଛନ୍ତି । ଓଡ଼ି଼ିଶାବାସୀଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି ବିଦେଶରୁ ଓଡ଼ି଼ିଶାକୁ ଅସେୁଥିବା ନିଜର ପରିଜନ ଓ ବନ୍ଧୁବାନ୍ଧବଙ୍କୁ ପଞ୍ଜୀକୃତ କରାନ୍ତୁ । ଏହା ଓଡ଼ି଼ିଶାକୁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବ । ଏଥିସହିତ କିଭଳି ଭାବେ ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିୟମିତ ଭାବେ ସାବୁନ ଏବଂ ସାନିଟାଇଜରରେ ନିଜ ହାତକୁ ଭାଇରସ ମୁକ୍ତ କରିବେ ତାର ବା ର୍ା ଦେଉଛନ୍ତି ।

କରୋନା ଭାଇରସ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚିନର ନିଦ ହଜେଇ ଦେଇଥିଲା । ଚିନରେ ଖୁବ କମ ସମୟ ମଧ୍ୟରେ ହଜାର ହଜାର ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ତେବେ ନବୀନଙ୍କ ସୂତ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିଛି । କରୋନା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ଲୋକଙ୍କୁ ଆତଙ୍କିତ କରିବାକୁ ଉଦ୍ଦିଷ୍ଟ ନୁହେଁ । ପ୍ରତିଦିନ ସରକାର କରୋନା ଆକ୍ରାନ୍ତଙ୍କୁ ନେଇ ନିଜ ଆଡୁ ସାମ୍ବାଦିକ ସମ୍ମିଳନୀ କରି ବିସ୍ତ୍ରୁତ ତଥ୍ୟ ପ୍ରଦାନ କରୁଛନ୍ତି । ନବୀନ ଯେଉଁ ସମୟରେ ଏହି ସୂତ୍ର ଆରମ୍ଭ କଲେ ସେ ସମୟରେ ଦେଶର ଅନ୍ୟ କୌଣସି ରାଜ୍ୟ ଏହାକୁ ଆପଣେଇ ନଥିଲେ । ଏବେ ନବୀନଙ୍କ ଫର୍ମୁଲା ସମସ୍ତଙ୍କ ପାଇଁ ଏକ ଉଦାହାରଣ ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ନବୀନଙ୍କ ଫର୍ମୁଲାକୁ ଆପଣେଇ କରୋନାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରି ଏହିଭଳି ଆଇସୋଲେସନ ଏବଂ କ୍ୱାରେ ।ଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।