Odia News Portal

ନବୀନଙ୍କ ଯୋଗୁଁ ଓଡିଶା ପୁଂଜି ନିବେଶକାରୀଙ୍କ ଆକର୍ଷଣ

ଭୁବନେଶ୍ବର () ମେନ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ରିଲାଏନ୍ସ ଭଳି ବିର୍ଲା କମ୍ପାନୀ ମଧ୍ୟ ଓଡିଶାରେ ଆସନ୍ତା ଦୁଇ ବର୍ଷରେ 14ହଜାର 400 କୋଟି ଟଙ୍କାର ପୁଂଜି ନିବେଶ କରିବ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସେ ଏହି କନକ୍ଲେଭକୁ କେବଳ ଜଣେ ପୁଂଜି ନିବେଶକାରୀ ଭାବେ ଯୋଗ ଦେଇନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜଣେ ପ୍ରଶଂସକ ଭାବେ ଯୋଗ ଦେଇଛନ୍ତି । ଓଡିଶା ସହ ଆଦିତ୍ୟ ବିର୍ଲା ଗ୍ରୁପର ସଂପର୍କ ପୁଂଜି ନିବେଶ ଠାରୁ ବହୁ ଆଗରେ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୋଗୁଁ ହିଁ ଆଜି ଓଡିଶା ପୁଂଜିନିବେଶକାରୀଙ୍କ ଆକର୍ଷଣ ହୋଇଥିବା ସେ କହିଛନ୍ତି । ସେହିପରି ଜିନ୍ଦଲ କମ୍ପାନିର ମୁଖ୍ୟ ନବୀନ ଜିନ୍ଦଲ ମଧ୍ୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାକୁ ସେ ପ୍ରଂଶସା କରିଛନ୍ତି। ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବାରୁ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।