ଭୁବନେଶ୍ୱର : ପଞ୍ଚମ ପାଳିର ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପୂର୍ବାପେକ୍ଷା ଅଧିକ ସକ୍ରିୟ । ଶାସନକୁ ଆସିବାପରେ ନବୀନ ଯେଭଳି ଘନ ଘନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ବିରେଧିଙ୍କୁ ସ୍ତବ୍ଧ କରିଥିବାଵେଳେ ସେମାନେ ଆହୁରି ଅଧିକ ପଛକୁ ଠେଲିହୋଇ ଯାଉଛନ୍ତି । ନବୀନଙ୍କ ସକ୍ରିୟତା ସହିତ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ କଠିନ ପରିଶ୍ରମ ଏବେ ବିରୋଧିଙ୍କ ମୁହଁକୁ ପୂରା ବନ୍ଦ କରିଦେଇଛି । ନିର୍ବାଚନ ସରି କ୍ଷମତାକୁ ଆସୁଥିବା ଦଳ ଓ ଏହାର ମୁଖ୍ୟ ପ୍ରାୟତଃ ତିନି ଚାରିବର୍ଷ ପର୍ଯ୍ୟନ୍ତ ସେଭଳି ଘନ ଘନ ଗସ୍ତ କରୁଥିବାର ନଜିର ଓଡିଶା କାହିଁକି ଅନ୍ୟ କୌଣସି ରାଜ୍ୟରେ ବି ଦେଖିବାକୁ ମିଳେନାହିଁ । ହେଲେ ନବୀନ ପଟ୍ଟନାୟକ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ।
ନବୀନଙ୍କ ସକ୍ରିୟତା ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ ଘନ ଗସ୍ତ କରିବା ଫଳରେ ପୁରୀ ହେଉ କିମ୍ବା କୋଣାର୍କ ଏବେ ନୂଆ ରୂପ ନେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନିଜ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି । ୫-ଟି ଏବଂ ମୋ ସରକାର କାର୍ଯ୍ୟକାରୀ ହେବାପରେ ନବୀନଙ୍କ ଏଭଳି ସକ୍ରିୟତାକୁ ବିରୋଧିଦଳର ଅନେକ ବରିଷ୍ଠ ନେତା ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ରାଜ୍ୟ ସରକାର ଏବେ ସର୍ବାଧିକ ଗୁରୁତ୍ୱ ଲୋକ ସେବା ବା ସିଟିଜେନ୍ ସର୍ଭିସ ଉପରେ ଗୁରୁତ୍ୱ ଦେଉଛନ୍ତି । ଏ କ୍ଷେତ୍ରରେ ଡାକ୍ତରଖାନା ଓ ଥାନା ସର୍ବାଗ୍ରେ ରହିଛି । କଟକ ବଡ ଡାକ୍ତରଖାନାକୁ ବିଶ୍ୱ ସ୍ତରୀୟ କରିବା ହେଉ କିମ୍ବା ବରଗଡ ଠାରେ କ୍ୟାନସର ହସ୍ପିଟାଲ ହେଉ ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । କେବଳ ଘୋଷଣା କରିଦେଇ ବିରୋଧବଙ୍କୁ ସମାଲୋଚନାର ସୁଯୋଗ ଦେଉନାହାନ୍ତି ନବୀନ । ଘୋଷଣା ପରେ ପରେ କାର୍ଯ୍ୟ ଆରମ୍ଭ ହେଉଛି । ଏହାର ସବୁଠାରୁ ବଡ ଉଦାରହରଣ ହେଉଛି ପୁରୀ ଶ୍ରୀମନ୍ଦିର ଓ କଟକର ବଡ ଡାକ୍ତରଖାନା । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ, କୋଣାର୍କ ପରେ ଏବେ ସମଲେଶ୍ୱରୀଙ୍କ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହାକୁ ନେଇ ବିରୋଧି ଯେତେିକି ଆଶ୍ଚର୍ଯ୍ୟ ହେଉଛନ୍ତି ସମାଲୋଚନାର ସୁଯୋଗ ନପାଇ ସେତିକି ହତାଶ ବି ହେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତିକୁ ରୂପ ଦେବାପାଇଁ ୫-ଟି ସଚିବ ଯେଭଳି ନିଜର ଦଳ ବଳ ଧରି ଲାଗିଛନ୍ତି ତାହା ବି ଅନେକଙ୍କ ବିସ୍ମିତ କରିଛି । ପୂର୍ବରୁ ଓଡିଶା ପ୍ରଶାସନରେ ଏଭଳି ତତ୍ପରତା କେହି କେବେ ହେଲେ ଦେଖିନଥିଲେ । ରାତି
ପାହିଲା ବେଳକୁ ଆଇଏଏସ୍ ଅଫିସରମାନେ ରାସ୍ତା ଉପରେ ଛିଡାହୋଇ ବିକାସର ନକ୍ସାକୁ ବାସ୍ତବ ରୂପ ଦେବା ବିରୋଧିଦଳ ତ ଦୂରରକଥା ଓଡିଶାବାସୀଙ୍କ ଚିନ୍ତାର ବାହାରେ ଥିଲା । ରାଜ୍ୟ ପ୍ରଶାସନର ଏବେ ଏହି ଧରଣର ୨୪ଘଣ୍ଟିଆ କାର୍ଯ୍ୟ ବିରୋଧିଙ୍କୁ କେବଳ ଚୁପ୍ କରିନାହିଁ ଅନ୍ୟ ରାଜ୍ୟର ଶାସକ ଓ ପ୍ରଶାସକମାନେ ବି ଏହାକୁ ଅନୁକରଣ କରିବା ଆରମ୍ଭ କରିଛନ୍ତି ।
ଇତି ମଧ୍ୟରେ ରାଜ୍ୟ ରାଜନୀତିରେ ବିଜେଡି ତାହାର ସଫଳତାକୁ ପାଥେୟ କରି ଏତେ ଆଗକୁ ଯାଇଛି ଯେ ଉଭୟ ବିଜେପି ଓ କଂଗ୍ରେସ ନିଜ ସଂଗଠନରେ ଯେତେ ପରିବର୍ତ୍ତନ କଲେ ବି ତାହାର ଆଖପାଖରେ ପହଞ୍ଚି ପାରୁନାହାନ୍ତି । ଯଦି ଏଭଳି ଅବସ୍ଥା ଲାଗି ରୁହେ ତେବେ ଓଡିଶା ବିରୋଧିଶୂନ୍ୟ ହୋଇଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।