ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାରୁ ଚାରି ଜଣ ଲୋକ ଗିରଫ ହେବାର ଠିକ୍ ୨୪ ଘଣ୍ଟା ପରେ ଗୁରୁବାର ସକାଳେ ମୁରକତା ବଣରେ କେତେଗୁଡ଼ିଏ ନକ୍ସଲ୍ ପୋଷ୍ଟର୍ ଦେଖା ଯାଇଛି।
ଗୁର୍ଗୁରିପାଲ ଥାନା ଅନ୍ତର୍ଗତ ମୁରକତା ଜଙ୍ଗଲ ପାଖ ରାସ୍ତାରେ ପୋଷ୍ଟର୍ଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା।
ପୋଷ୍ଟର୍ରେ ଲେଖା ଅଛି: ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଶାଳବଣି ବିଧାୟକ ଶ୍ରୀକାନ୍ତ ମହତୋଙ୍କୁ ସତର୍କବାଣୀ। ତାଙ୍କୁ ମୁଣ୍ଡକାଟ କରି କଟାମୁଣ୍ଡ ସବୁ ଆମ ପାଖକୁ ଆଣ। କିଲୋ ପିଛା ୨ଟଙ୍କାରେ ଚାଉଳ ଦେଇ ସରକାର ଜଙ୍ଗଲମହଲ ଲୋକଙ୍କୁ ବୁଦ୍ଦୁ ବନାଉଛି।
ନକ୍ସଲ୍ମାନଙ୍କ ଧମକ ପୋଷ୍ଟର୍ ତଳକୁ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)’ ବୋଲି ଲେଖା ରହିଛି।
ଏଇ ପୋଷ୍ଟର୍ ସହ ମାଓବାଦୀଙ୍କର କିଛି ସମ୍ପର୍କ ରହିଛି ନା, କେହି ଦୁଷ୍ଟାମି ତାହା ଜାଣିବାକୁ ପଶ୍ଚିମବଙ୍ଗ ପୁଲିସ ଉଦ୍ୟମ କରୁଛି।
ଗୋଆଲତୋର ଥାନା ତରଫୁର ମଙ୍ଗଳବାର ଦିନ କାଞ୍ଜିମାକ୍ଲି ନିକଟ ଏକ ଫୁଟ୍ବଲ ପଡ଼ିଆରୁ ସବ୍ୟସାଚୀ ଗୋସ୍ୱାମୀ, ସଞ୍ଜୀବ ମଜୁମ୍ଦାର, ଅର୍କଦୀପ ଗୋସ୍ୱାମୀ ଏବଂ ଟିପୁ ସୁଲ୍ତାନ୍ ନାମକ ୪ ଜଣଙ୍କୁ ଗିରଫ କରାଯିବା ପରେ ଏ ଘଟନା ଘଟିଛି। ସେମାନେ କୌଣସି ଏକ ଗୋପନୀୟ ବୈଠକରେ ଯୋଗ ଦେବାକୁ ପ୍ରସ୍ତୁତି କରୁଥିଲେ।
ସେମାନଙ୍କ ଠାରୁ ପ୍ରାୟ ୪୩ଟି ପୋଷ୍ଟର୍ ମିଳିଥିଲା। ସେଥିରେ ଆକାଶ ଓରଫ୍ ଅସୀମ ମଣ୍ଡଳଙ୍କ ସ୍ୱାକ୍ଷର ଥିଲା।
Sign in
Sign in
Recover your password.
A password will be e-mailed to you.